• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ପୁରୀ : ପୁରୀ ତାଳବଣିଆ ଥାନା ଅର୍ନ୍ତଗତ ସିପସରୁବାଲି ମୌଜା ନିକଟ ଏକ ଜଙ୍ଗଲରୁ କଟାମୁଣ୍ଡ ଉଭାନ ଘଟଣାକୁ ଗୁରୁତର ସହ ନେଇଛି ତାଳବଣିଆ ପୁଲିସ।  ତାଳବଣିଆ ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।  ଜଙ୍ଗଲ ପରିସରରେ ପଡିଥିବା ଦୁଇଟି ହାଡ, ଏକହଳ ଚପଲ ସହ ମଦବୋତଲ ଆଦି ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ବିଶେଷ କରି ସାଇଣ୍ଟିଫିକ୍ ଟିମ୍ ଦୁଇଟି ହାଡକୁ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି।  ଏହି ଦୁଇଖଣ୍ଡ ହାଡ କାହାର, ଏହା ପୁରୁଷ ନା ମହିଳାଙ୍କର ହାଡ ଏହାକୁ ନେଇ ପୁଲିସ ତନଘନା ଆରମ୍ଭ କରିଛି।

ଓଟିଭିରେ ଏହି ଖବର ପ୍ରସାରିତ ହେବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ କଟାମୁଣ୍ଡ ଦେଖିଥିବା ବୃନ୍ଦାବନ ମଲ୍ଲିକକୁ ଜଙ୍ଗଲକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।  କଟାମୁଣ୍ଡ କେଉଁ ଯାଗରେ ପଡିଥିଲା, କିଭଳି ସ୍ଥିତିରେ ପଡିଥିଲା ଏବଂ କେଉଁ ଆଡେ ଉଭାନ ହେଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

 

Missing-head-issue-in-puri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories