• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଢେଙ୍କାନାଳ: ମେଡିକାଲ୍‌ ଯିବେ ବୋଲି କହି ଘରୁ ଆସିଥିଲେ କଲେଜ ଛାତ୍ରୀ, ତା’ପରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଶେଷରେ ମିଳିଲା ମୃତଦେହ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳର ନିଖୋଜ ଥିବା ଜଣେ ନାବାଳିକା କଲେଜ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲାରୁ ଉଦ୍ଧାର ହୋଇଛି। ସଦର ଥାନା ଅଞ୍ଚଳରୁ ପୋଲିସ୍‌ ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଗତ ଗୁରୁବାର ଠାରୁ ନାବାଳିକା ଜଣକ ଘରୁ ଆସିବା ପରେ ଆଉ ଘରକୁ ଫେରି ନଥିଲେ। ବହୁତ ଖୋଜାଖୋଜି କରିବା ପରେ ପରିବାର ଲୋକେ ଝିଅକୁ ନ ପାଇବାରୁ ଖଇରାଥାନାରେ ଅଭିଯୋଗ କରିଥିଲେ। ଗତକାଲି ଢେଙ୍କାନାଳ ସଦର ଥାନା ବନ୍ଧନୂଆଗାଁ ଅଞ୍ଚଳରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ୍‌ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସେହି ଗାଁର ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଘଟଣାକୁ ନେଇ ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ‘ମେଡିକାଲ୍‌ ଯିବ ବୋଲି କହି ଗୁରୁବାର ସକାଳ ୮ଟାରେ ଘରକୁ ପଳାଇ ଆସିଥିଲା। ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି କରାଯାଇଥିଲା। ହେଲେ କୌଣସି ପତ୍ତା ମିଳିନଥିଲା। ସେଇ ଦିନ ସନ୍ଧ୍ୟାରେ ଥାନାରେ ଅଭିଯୋଗ କରାଯାଇଥିଲା।’

Missing-college-girl-deadbody-found
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories