ଉତ୍‌କ୍ଷେପଣ ହେଲା ‘ମଣି ବିଜୟ’ ମିସାଇଲ୍

ବାଲେଶ୍ୱର: ଉତ୍‌କ୍ଷେପଣ ହେଲା ମଣି ବିଜୟ ମିସାଇଲ୍। ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ସମୟରେ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ୍ ଉତ୍‌କ୍ଷେପଣ ହୋଇଛି।

୧୪୦ କେଜି ଓଜନ ବିଶିଷ୍ଟ ଏହି ମିସାଇଲ ଫାଇଟର୍ ଜେଟରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୦୦ରୁ ୧୨୫ କିଲୋମିଟର୍।

ବେଶ୍ କୌଶଳ ସହ ଶତ୍ରୁ ପକ୍ଷର ରାଡାରକୁ ଚକମା ଦେଇ ଲକ୍ଷ୍ୟ ଭେଦରେ ମାହିର ରହିଛି ଏହି ମିସାଇଲ୍। ଡିଆରଡିଓ ପକ୍ଷରୁ ଏହାକୁ ବିକଶିତ କରାଯାଇଛି।

You might also like