ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଗହଣରେ ଜନ୍ମଦିନ ପାଳିଲେ ବାଲେଶ୍ଵର ସୁନ୍ଦରୀ ଅଙ୍କିତା

ବାଲେଶ୍ୱର: ପ୍ରତିବର୍ଷ ପରି ଏଥର ମଧ୍ୟ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ସମାଜସେବୀ ତଥା ମିସ୍ ବାଲେଶ୍ଵର ଅଙ୍କିତା। ଏଥର ମଧ୍ୟ ସେପ୍ଟେମ୍ବର ୧୨ ତାରିଖ ଦିନ ସହରର ଏକ ବିଳାସପୂର୍ଣ୍ଣ ହୋଟେଲର ସମ୍ମିଳନୀ କକ୍ଷରେ ସେ ନିଜର ଜନ୍ମଦିନ ପାଳନ କରିଥିଲେ। କିନ୍ତୁ ଏଠାରେ ଅତିଥି ହୋଇ ଆସିଥିଲେ ବାଲେଶ୍ଵର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଛାତ୍ରୀ।

ଏହି ଛାତ୍ରୀମାନେ ଦେଖି ପାରୁନଥିଲେ ସିନା, କିନ୍ତୁ ମୁହଁର ହସ ହସ ଭାବରୁ ଜଣାପଡୁଥିଲା ଯେ ସେମାନେ ପ୍ରକୃତର କେତେ ଖୁସି। ଏହା ହିଁ ଥିଲା ଅଙ୍କିତାଙ୍କ ସ୍ଵପ୍ନ।

ନିଜ ଜନ୍ମଦିନକୁ ଚଳିତ ବର୍ଷ ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କ ମେଳରେ ପାଳନ କରିବା ପାଇଁ ଅଙ୍କିତା ସହରର ଏକ ଘ‌ରୋଇ ହୋଟେଲରେ ଉତ୍ସବର ଆୟୋଜନ କରିଥିଲେ। ଏହି ଉତ୍ସବରେ ବିଦ୍ୟାର୍ଥୀଙ୍କ ସମେତ ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଓ ଅଣଶିକ୍ଷକ, ସମସ୍ତେ ଉପସ୍ଥିତ ଥିଲେ।

ଜନ୍ମଦିନ ଅବସରରେ ପାରମ୍ପରିକ କେକ୍ କଟାଯିବା ପରେ ଅଙ୍କିତା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ନିଜ ହାତରେ କେକ୍ ଖୁଆଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଦୃଷ୍ଟିହୀନ ପିଲାଙ୍କର ମନ ମନପସନ୍ଦର ଖାଦ୍ୟ ତାଙ୍କୁ ପରଷା ଯାଇଥିଲା। ଏହାପରେ ଦୃଷ୍ଟିହୀନ ପିଲାମାନଙ୍କର କଥା ଶୁଣିଥିଲେ ମିସ୍‌ ଅଙ୍କିତା।

ଆହୁରି ପଢ଼ନ୍ତୁ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

You might also like