OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଅଘଟଣ: ଶ୍ରମିକଙ୍କ ଉପରେ ପଡ଼ିଗଲା ତତଲା ପାଉଁଶ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା ବନହରପାଲି ସ୍ଥିତ OPGC ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଏକ ଅଘଟଣ ଘଟିଛି। ୩ ନମ୍ବର ୟୁନିଟରେ ଆସ୍ ହାଣ୍ଡଲିଂ ପ୍ଲାଣ୍ଟର ହପର୍‌ ଖସି ପଡ଼ିବାରୁ ୪ଜଣ ଶ୍ରମିକ ଆହତ ହୋଇଛନ୍ତି।

ସେମାନଙ୍କ ଶରୀରରେ ତତଲା ପାଉଁଶ ପଡ଼ିଯିବାରୁ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ପ୍ରଥମେ OPGC ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

You might also like