ପୋଲିଂ ପାର୍ଟି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଫୁଲବାଣୀ(ତ୍ରିନାଥ ସାହୁ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ଠିକ୍ ପୂର୍ବରୁ ଦୁର୍ବୃତ୍ତ ପୋଲିଂ ଗାଡ଼ିକୁ ଟାର୍ଗେଟ କରିଛନ୍ତି। ଫୁଲବାଣୀ ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍ ଯିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ପୋଲିଂ କର୍ମଚାରୀ ଯାଉଥିବା ଗାଡ଼ିକୁ ଦୁର୍ବୃତ୍ତ ଜାଳିଦେଇଛନ୍ତି।

ପୋଲିଂ ଷ୍ଟାଫ୍‌ଙ୍କୁ ବାହାରକୁ ଡାକି ଦୁର୍ବୃତ୍ତ ଗାଡ଼ି ଜାଳିଦେଇଛନ୍ତି। ଫଳରେ ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଫିରିଙ୍ଗିଆ ମାଓପ୍ରବଣ ଅଞ୍ଚଳ ହୋଇଥିବାରୁ ଏହା ପଛରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ କମ୍ବିଂ ଚାଲୁ ରହିଛି।

You might also like