ହଠାତ୍‌ ରାତି ଅଧରେ ଶୁଭିଲା ବିସ୍ଫୋରଣ ଶବ୍ଦ

କୋଣାର୍କ: କୋଣାର୍କ ଏନ୍‌ଏସି ଅନ୍ତର୍ଗତ ରୁଦ୍ରାଣୀ କଲୋନୀ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ଦୁଇଟି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମହିଳା ସଂଗଠନ ସଭାନେତ୍ରୀ ମିନର୍ଭା ରାଉତଙ୍କ ଘର ନିକଟରେ ଥିବା କାଜୁ ଜଙ୍ଗଲରୁ ଏହି ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ତାଙ୍କୁ ଭୟଭୀତ କରାଇବା ପାଇଁ ତାଙ୍କ ବିରୋଧୀ ଏହି ବୋମାମାଡ଼ କରିଥିବା ମିନର୍ଭା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ କୋଣାର୍କ ଥାନାରେ ଅଭିଯୋଗ କରିଛନ୍ତି।

ମହିଳା ସଭାନେତ୍ରୀଙ୍କ ଘର ନିକଟରେ ଏକ ଘର ନିର୍ମାଣକୁ ନେଇ କେନ୍ଦ୍ର କରି (ମିନର୍ଭା ଓ ତାଙ୍କ ବିରୋଧୀ) ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏ ସମ୍ପର୍କରେ ପୂର୍ବରୁ କୋଣାର୍କ ଥାନାରେ ଉଭୟ ପକ୍ଷରୁ ଏତେଲା ମଧ୍ୟ ଦିଆଯାଇଥିଲା।

ତେବେ ଗତକାଲି ହୋଇଥିବା ବୋମାମାଡ଼ କେଉଁ କାରଣ ପାଇଁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

You might also like