ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ଭଦ୍ରକ(ପାର୍ଥସାରଥୀ ନାୟକ): ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟର ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ ଗତ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ରାଜନୈତିକ ଆକ୍ରୋଶ ରଖି କେହି ଉଦ୍‌ଘାଟନୀ ଫଳକ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟକୁ ଉଦ୍‌ଘାଟନ କରିବା ନିମନ୍ତେ କାର୍ଯ୍ୟକ୍ରମଥିଲା। ଏଥିଲାଗି ଉଦ୍‌ଘାଟନୀ ଫଳକ ମଧ୍ୟ ଲାଗି ସାରିଥିଲା। ହେଲେ କେହି ଦୁର୍ବୃତ୍ତ ଏହି ଫଳକକୁ ଭାଙ୍ଗି ଦେଇଛନ୍ତି। କିଏ ଏଭଳି କାର୍ଯ୍ୟ କରିଛନ୍ତି ଓ କାହିଁକି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ଏନେଇ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ତେବେ ଉଦ୍‌ଘାଟନୀ ଫଳକ ଭଙ୍ଗାଯିବା ପରେ ଆଜି ଆଦର୍ଶ ବିଦ୍ୟାଳୟର ଉଦ୍‌ଘାଟନ ହେବ କି ନାହିଁ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ।

You might also like