ବନ୍ଧୁକ ଦେଖାଇ ପାନ ବ୍ୟବସାୟୀଙ୍କଠୁ ୬ ଲକ୍ଷ ଟଙ୍କା ଲୁଟ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ହୋଲ୍‌ସେଲ୍‌ ପାନ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ।

ସୂଚନା ଅନୁଯାୟୀ, ହୋଲ୍‌ସେଲ୍ ପାନ ବ୍ୟବସାୟୀ ରୂପେଶ କୁମାର ମହାନ୍ତି ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଦୋକାନ ଭିତରକୁ ହଠାତ୍ ପଶି ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲେ। ସମସ୍ତେ ହାତରେ ବନ୍ଧୁକ ଧରି ରୂପେଶଙ୍କୁ ଭୟଭୀତ କରିଥିଲେ। ଏହାପରେ ମାତ୍ର ୩ ମିନିଟ୍‌ରେ ଦୋକାନରେ ଥିବା ୬ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ

ନେଇ ରୂପେଶ ରାଇରଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ପାଇପାରି ନାହିଁ।

You might also like