ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଲୁଟ୍

ଉମରକୋଟ : ନବରଙ୍ଗପୁର କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ ଅଭିଯୋଗ। ସଦନ ନାୟକ କାରରେ ଆସୁଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି।

ସଦନ ନାୟକ ନିଜ ପେଟ୍ରୋଲ ପମ୍ପରୁ ବିକ୍ରି ହୋଇଥିବା ଟଙ୍କା ସଂଗ୍ରହ କରି ଏକ ବୋଲେରୋରେ ଫେରୁଥିବାବେଳେ ଏହି ଲୁଟ୍ ହୋଇଥିବା ସେ କହିଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ପୂର୍ବତନ ବିଧାୟକ ସଦନ ନାୟକ।

You might also like