ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ଆଜି ସକାଳେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ସାମ୍ନାରେ ଏହି ଲୁଟ୍‌ ହୋଇଛି। ଭତ୍ତା ଟଙ୍କା ନେଇ ଯାଉଥିବା ଏକ ଗାଡିକୁ ବନ୍ଧୁକ ଦେଖାଇ ୫ଜଣ ଦୁର୍ବୃତ୍ତ ପ୍ରଥମେ ଗାଡ଼ିକୁ ଅଟକାଇଥିଲେ। ଏହାପରେ କର୍ମଚାରୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ଶେଷରେ ୧୦ ଲକ୍ଷ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଥିଲେ।

ମୁଖା ପିନ୍ଧା ଦୁର୍ବୃତ୍ତମାନେ ତିନୋଟି ବାଇକ୍‌ରେ ଆସିଥିଲେ। ଦୁର୍ବୃତ୍ତମାନେ ବୋଲେରୋରେ ବସିଥିବା ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିବା ସହିତ ତାଙ୍କ ବନ୍ଧୁକ ଭାଙ୍ଗି ଦେଇଥିବା ଜଣାଫଡ଼ିଛି।

ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

You might also like