ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଅଭିଯୋଗ

ବାରିପଦା: ପୁଣି ଥରେ ଡକାୟତଙ୍କ ଟାଗେର୍ଟରେ ବ୍ୟାଙ୍କ। ବାରିପଦା ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ଏହି ଡକାୟତି ହୋଇଛି।

ପଞ୍ଚାୟତ କାର୍ଯ୍ୟାଳୟର ଜଗୁଆଳିଙ୍କ କହିବା ଅନୁସାରେ, କିଛି ଶବ୍ଦ ଶୁଭିବାରୁ ସେ ବାହାରକୁ ଆସିଥିଲେ। ତା ପରେ ସେ ଟର୍ଚ୍ଚ ପକାଇବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟର୍ଚ୍ଚ ଲାଇଟ୍‌ ପକାଇଥିଲେ। ତା’ ପରେ ତାଙ୍କୁ ଧମକ ଦେଇ ତାଙ୍କ ହାତ ଗୋଡ଼ ବାନ୍ଧି ଦୁର୍ବୃତ୍ତମାନେ ବ୍ୟାଙ୍କ ଲୁଟ୍‌ କରିଥିଲେ। ଲୁଟେରାମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିବାର ଜଗୁଆଳି ଜଣଙ୍କ କହିଛନ୍ତି।

ଦୁର୍ବୃତ୍ତମାନେ ବ୍ୟାଙ୍କ ପଛପଟେ ଥିବା ଗ୍ରୀଲ୍‌କୁ କାଟି ବ୍ୟାଙ୍କ ଭିତରକୁ ପଶିଥିଲେ ବୋଲି ଜଣାପଡ଼ିଛି। ଏହି ଲୁଟ୍‌ରେ ୩ ଜଣ ଡକାୟତ ଥିବା କୁହାଯାଉଛି।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।

ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଆହୁରି ପଢ଼ନ୍ତୁ

ବିଜୁଳି ଦର ବୃଦ୍ଧି ପ୍ରତିବାଦ: ଆଜି ୧୫ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରିବାକୁ ଆହ୍ୱାନ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

୪୩.୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା

ଆଜି ଅବପାତର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

You might also like