ଖୋର୍ଦ୍ଧାରେ ସିରିଜ୍‌ ଲୁଟ୍‌; ଦୋକାନ ସଟର୍‌ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଖୋର୍ଦ୍ଧା: କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଖୋର୍ଦ୍ଧାରେ ଲୁଟେରାଙ୍କ ଲୁଟ୍‌ ‌ଆରମ୍ଭ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ୍‌ରେ ସିରିଜ୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ସହର ଭିତରେ ୫ରୁ ଅଧିକ ଦୋକାନରେ ସିରିଜ୍‌ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର୍‌ ଭାଙ୍ଗି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ବିଭିନ୍ନ ଦୋକାନର ସଟର୍‌କୁ ଭାଙ୍ଗିବା ନେଇ ଦୋକାନ ମଧ୍ୟକୁ ଚୋର ପଶିଥିବା ଅନୁମାନ କରାଯାଉଛି।

ସେପଟେ ଗୋଟିଏ ରାତିରେ ଏକାଧିକ ଦୋକାନରୁ ଲୁଟ୍‌କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି।

ଖୋର୍ଦ୍ଧା ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ‌ଆରମ୍ଭ କରିଛି।

You might also like