ରାସ୍ତାରେ ଗଛ ପକାଇ ଲୁଟି ନେଲେ ୮୦ ହଜାର ଟଙ୍କା, ବୋଲେରୋ

ସୁନ୍ଦରଗଡ଼: ରାସ୍ତାରେ ଗଛ ପକାଇ ଲୁଟି ନେଲେ ବୋଲେରୋ, ୮୦ ହଜାର ଟଙ୍କା, ମୋବାଇଲ୍ ଓ ଏଟିଏମ୍‌ କାର୍ଡ। ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରଗଡ଼ ଡିପିସି ଅଫିସର କିଛି କର୍ମଚାରୀ କୋଇଡ଼ାର ଏକ ସ୍କୁଲ୍‌ର ଟେଣ୍ଡର କାମ ସାରି ବୋଲେରୋ ଯୋଗେ ନରେନ୍ଦ୍ର-ଗୁରୁଣ୍ଡିଆ ରାସ୍ତା ଦେଇ ରାଉରକେଲା ଯାଉଥିଲେ।

ରାତି ପ୍ରାୟ ୧୧ଟା ବେଳେ ତାମଡ଼ା ନିକଟରେ କିଛି ଦୁର୍ବୃତ୍ତ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ଗାଡ଼ିଟି ଅଟକି ଯିବା ପରେ ସେମାନେ କର୍ମଚାରୀଙ୍କଠାରୁ ଲୁଟ୍‌ପାଟ୍ କରିବା ସହ ଶେଷରେ ଗାଡ଼ି ନେଇ ପଳାଇ ଥିଲେ।

ଏନେଇ ଥାନାରେ ଏତଲା ଦିଆଯିବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି।

You might also like