ପୁଣି ଶ୍ରୀମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ

ପୁରୀ: ପୁଣି ଶ୍ରୀମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୁଆର ମହାସୁଆର ନିଯୋଗର କୋଇଲି ବୈକୁଣ୍ଠ ନିକଟ ଅନ୍ନଦାନ ଆଟିକା କାର୍ଯ୍ୟାଳୟର ଗେଟ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ସିଂହଦ୍ୱାର ପୁଲିସ୍‌ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଆଧାରରେ ଅଧିକ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ୍‌ ଆଧାରରେ ଜଣେ ଛୋଟପିଲା ଏହି ଚୋରି କରିଥିବା ଜଣାପଡ଼ିଛି।

ଅନ୍ୟପଟେ, ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି। ଗତ ୨ ତାରିଖରେ ଶ୍ରୀମନ୍ଦିର ଭିତରେ ଥିବା ରାମମନ୍ଦିରରୁ ମଧ୍ୟ ଲୁଟ୍‌ ହୋଇଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ପୁଲିସ୍‌ ଏଯାଏ ଧରିବାରେ ବିଫଳ ହୋଇଥିବାବେଳେ ପୁଣିଥରେ ଏଭଳି ଘଟଣା ପୁଲିସ୍‌ର ନିଦ ହଜାଇ ଦେଇଛି।

You might also like