ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି
ପୁରୀ : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା ମନ୍ଦିରରୁ ଚୋରି । ବଳଗଣ୍ଡି ସ୍ଥିତ ମାଉସୀ ମା ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି । ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ପୁରୀ ଜଗନ୍ନାଥ ଧାମ। ଇଏ ଦେବାଦେବୀଙ୍କ ପୀଠ। ହେଲେ ଏଠି ମନ୍ଦିର ଅସୁରକ୍ଷିତ।
#Puri #Odisha pic.twitter.com/pCHQYheHmk— ଓଟିଭି (@otvkhabar) April 1, 2021
ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି । ମନ୍ଦିର ହୁଣ୍ଡିରୁ ଚୋରି ବେଳର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ଏଥିରେ ୨ଜଣ ବ୍ୟକ୍ତି ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି । ଜଣେ ବ୍ୟକ୍ତି ରାତିରେ ମନ୍ଦିରରେ ବ୍ୟାଗ ଧରି ଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟଜଣକ ମଧ୍ୟ ସାଙ୍ଗରେ ଅଛି । ପୋଲିସ ସିସିଟିଭି ଫୁଟେଜ ଯାଂଚ କରୁଛି ।
ଏ ସରକାର ତ ଚୋରଙ୍କୁ ନେଇ ଖାଇବାକୁ ଦେଉଛି। ତାଙ୍କ ଓଜନ ବଢ଼ାଉଛି ଆଉ ତାଙ୍କ ମୁହଁ ବଢ଼ିବନି? #Puri #MausiMaaTemple #Odisha pic.twitter.com/yKehWn3dTP
— ଓଟିଭି (@otvkhabar) April 1, 2021