ଏଟିଏମ୍‌ ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର: ମାତିଛନ୍ତି ଲୁଟେରା। ଆଉ ଟାର୍ଗେଟ୍‌ରେ ଏଟିଏମ୍‌। ଗତ କିଛି ମାସ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ବୃତ୍ତମାନେ ଏଟିଏମ୍‌ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି।

ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ସନ୍ତରଗଡ଼ିଆ ତଳ ବଜାର ଚଣ୍ଡୀ ମାର୍କେଟ୍‌ କମ୍ପ୍ଲେକ୍ସରେ ଥିବା AXIS ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ଦୁର୍ବୃତ୍ତମାନେ ଗ୍ୟାସ କଟର୍‌ରେ ଏଟିଏମ୍ ମେସିନକୁ କାଟି ସେଥିରୁ ଟଙ୍କା ନେଇ ଯାଇଛନ୍ତି। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ିନାହିଁ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

କିଛି ମାସ ପୂର୍ବରୁ ବାଲେଶ୍ୱରରେ ଗୋଟିଏ ରାତିରେ ଦୁଇ ଦୁଇଟି ଏଟିଏମ୍‌ରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ। ଦୁଇଟି ଏଟିଏମ୍‌କୁ ଗ୍ୟାସ୍‌ କଟରରେ କାଟି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।

You might also like