ଦୋକାନ ଉପରକୁ ଘନ ଘନ ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର

ସାଲେପୁର: ସାଲେପୁରରେ ସିରିଜ୍‌ ବୋମାମାଡ଼। ଦୋକାନ ଉପରକୁ ଗୋଟେ ପରେ ଗୋଟେ ଲଗାତର ୯ଟି ବୋମା ପକାଇ ଦୁର୍ବୃତ୍ତ ଚମ୍ପଟ୍‌ ମାରିଛନ୍ତି।

ନେମାଳ ଥାନା ଅନ୍ତର୍ଗତ ସେକ୍‌ସନ୍ ବଜାରରେ ଥିବା ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏହି ବୋମା ମାଡ଼ରେ ଔଷଧ ଓ ମିଠା ଦୋକାନ ସମେତ ଅନ୍ୟ କିଛି ଦୋକାନ ମଧ୍ୟ କ୍ଷତି ହୋଇଛି।

୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ ଏହି ବୋମା ମାଡ଼ର କାରଣ ସ୍ପଷ୍ଟ ହୋଇନାହିଁ। ନେମାଳ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

You might also like