ପୋଲିସ୍‌ ଉପସ୍ଥିତିରେ ବୋମାମାଡ଼ କରି ଦୁର୍ବୃତ୍ତ ଚମ୍ପଟ

ଖୋର୍ଦ୍ଧା: ପୋଲିସ୍‌ ଉପସ୍ଥିତିରେ ବୋମାମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଗତ ୧୧ ଓ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଳେପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ।

ଏହି ବୋମାମାଡ଼ ଘଟଣା ପରେ ଉକ୍ତ ପରିବାରକୁ ପୋଲିସ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୪ ପୋଲିସ୍‌ କର୍ମୀ ରାତିରେ ଏହି ପରିବାରକୁ ସୁରକ୍ଷା ଦେଇ ଆସୁଥିଲେ। ହେଲେ ଗତ ରାତିରେ ପୋଲିସ୍‌‌ ଉପସ୍ଥିତି ସତ୍ତ୍ୱେ ହୃହାନନ୍ଦଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ପୁଣି ଥରେ ବୋମାମାଡ଼ କରିଥିଲେ। ୪ଜଣ ଦୁର୍ବୃତ୍ତ ଚାଲି ଚାଲି ଆସି ଉକ୍ତ ଘର ଉପରକୁ ୪ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସିସିଟିଭିରେ ବୋମାମାଡ଼ ବେଳର ଦୃଶ୍ୟ କଏଦ ହୋଇଛି।

ପୋଲିସ ଉପସ୍ଥିତିରେ କାଲି ପୁଣି ବୋମାମାଡ଼ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ବୋମାମାଡ଼ ପରେ IIC ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

You might also like