ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ଉପରକୁ ବୋମାମାଡ଼

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ବାଲୁକିରି ଛକ ନିକଟରେ ବୋମାମାଡ଼ରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କ ସମେତ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଚିଙ୍ଗୁଡ଼ି ବ୍ୟବସାୟୀ ବିଦ୍ୟାଧର ସାମଲ ଓ ଅନ୍ୟ ଜଣେ ଯୁବକ ସୁଦର୍ଶନ ସେଠୀ। ଉଭୟଙ୍କ ଘର ପୋଖରୀ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଛି।

ସୂଚନା ଅନୁସାରେ, ବାଲୁକିରି ଛକ ନିକଟରେ ଥିବା ଚିଙ୍ଗୁଡ଼ି ଘେରି ପାଖରେ ବିଦ୍ୟାଧର ଓ ସୁଦର୍ଶନଙ୍କ ସମେତ ୫ଜଣ ଯୁବକ ଠିଆ ହୋଇଥିଲେ। ଏହି ସମୟରେ ୨-୩ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ୩ଟି ବୋମା ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏଥିରେ ବିଦ୍ୟାଧର ଓ ସୁଦର୍ଶନ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ବଡ ଡାକ୍ତରଖାନାକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୋମାମାଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

You might also like