ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ

ସୋର(ଶଶିକାନ୍ତ ବେହେରା): ପୁଣି ଏଟିଏମ୍ ତାଡ଼ି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ଫେଡେରାଲ୍‌ ବ୍ୟାଙ୍କ୍ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଲୁଟ୍ କରିଛନ୍ତି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କ କର୍ତ୍ତୃପକ୍ଷ ଲୁଟ୍ ହୋଇଥିବା ଏଟିଏମ୍ ନିକଟରେ ପହଞ୍ଚି ନଥିବା ଜଣାପଡ଼ିଛି। ସୋର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗତ ଶନିବାର ଦିନ ମଧ୍ୟ ଏଭଳି ଏକ ଲୁଟ୍ ହୋଇଥିଲା। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ନିକଟରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡ଼ି ନେଇଥିଲେ। ସକାଳେ ଏଟିଏମ୍ କାଉଣ୍ଟର ଭିତରେ ମେସିନ୍ ନ ଥିବା ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୁଲିସ୍‌କୁ ଖବର ଦେଇଥିଲେ।

You might also like