କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ କାଳୀ ମନ୍ଦିରରୁ ଗତକାଲି ରାତିରେ ବଡ଼ ଧରଣର ଚୋରି ହୋଇଛି। ରାତି ଅଧରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ଦେବୀଙ୍କ ଗହଣା ସହିତ ବାସନ ନେଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୦ ଭରି ସୁନା ଗହଣା ଓ ଲକ୍ଷାଧିକ ଟଙ୍କାର ବାସନ ଚୋରି ହୋଇଛି।

ଦୁର୍ବୃତ୍ତମାନେ ଖାଲି ସୁନା ଗହଣା ଓ ବାସନ ଚୋରି କରି ନାହାନ୍ତି ତା’ସହ ମନ୍ଦିରରେ ଥିବା ଦାନ ବାକ୍ସକୁ ଭାଙ୍ଗି ସେଥିରୁ ବି ଟଙ୍କା ଲୁଟି ନେଇଛନ୍ତି।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି।

You might also like