• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର: ମାଉଜର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ୍। ବାଲେଶ୍ୱର ଜିଲ୍ଲା ୫ନମ୍ବର ଜାତୀୟ ରାଜପଥ ଦରଡିଆବାସୁଳିପୁର  ନିକଟରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ମାଉଜର ଦେଖାଇ ତାଙ୍କ ଠାରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ବ୍ୟବସାୟୀ ତୁଷାରକାନ୍ତ ସାହୁ ଗତକାଲି ରାତିରେ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଦରଡିଆବାସୁଳିପୁର ନିକଟରେ ଏକ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ତୁଷାର କାନ୍ଧରେ ପକାଇଥିବା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ ତୁଷାର ବାଇକ୍‌ରୁ ପଡ଼ି ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ମାଉଜର ଲଗାଇ ବ୍ୟାଗ୍‌ରେ ଥିବା ୧୦ରୁ ୧୫ ହଜାର ଟଙ୍କା, ମୋବାଇଲ୍‌ ଓ ସୁନାଚେନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ତେବେ ତୁଷାର ଗାଡିରୁ ଖସି ପଡ଼ିବାରୁ ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି।

ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Miscreants-allegedly-loot-from-businessman
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories