ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯାଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ମନ୍ଦିର କବାଟ ଭାଙ୍ଗି ଅଷ୍ଟଧାତୁରେ ନିର୍ମିତ ମା’ଙ୍କ ବିଗ୍ରହକୁ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ମୂର୍ତ୍ତି ବହୁତ ପ୍ରାଚୀନ ଏବଂ ମୂଲ୍ୟବାନ ବୋଲି କୁହାଯାଉଛି।

ଅନ୍ୟପଟେ ମନ୍ଦିରରୁ ମା’ଙ୍କ ମୂର୍ତ୍ତି ଚୋରିକୁ ନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

 

You might also like