ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ!

ପୁରୀ: ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ। ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କ ତଣ୍ଟି କାଟିଥିବା ନେଇ ଅଭିଯୋଗ ହୋଇଛି। ଭକ୍ତ ଜଣକ ବାଲେଶ୍ୱରର ପ୍ରମୋଦ ଜେନା ବୋଲି ଜଣାପଡ଼ିଛି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।  ପୁରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ପ୍ରମୋଦ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ମନିପର୍ସ, ସୁନା ଚେନ୍ ଲୁଟିଥିଲେ। ତେବେ ପ୍ରମୋଦ ଦୁର୍ବୃତ୍ତଙ୍କୁ ବାଧା ଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ଲୁଟ୍ ନେଇ ଟାଉନ୍ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

You might also like