ରାୟଗଡ଼ାରେ ପୁଣି ମନ୍ଦିରରୁ ଚୋରି

ରାୟଗଡ଼ା: ଗତକାଲି ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟସ୍ଥ ଖେଦାପଡ଼ାର ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ବିଗ୍ରହ ଚୋରି ହେବାର ୨୪ ଘଣ୍ଟା ନପୂରୁଣୁ ପୁଣି ଜିଲ୍ଲାର ଆଉ ଏକ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଛି।

ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରେ ଥିବା ବିମଳା ମନ୍ଦିରରୁ ମା’ଙ୍କ ରୂପା ମୁକୁଟ ଚୋରି ହୋଇଥିଲା। ପରେ ଚୋରକୁ ଧରା ଯିବାସହ ଓ ତା’ ପାଖରୁ ମୁକୁଟ ଉଦ୍ଧାର କରାଯାଇଥିଲା।

ଆଜି ସକାଳେ ବିମଳା ମନ୍ଦିରର ପୂଜକ ଆଳତି ସାରି ପାର୍ଶ୍ୱ ଦେବତାଙ୍କୁ ପୂଜା କରୁଥିବା ସମୟରେ ଦୁର୍ବୃତ୍ତ ଆସି ରୁପା ମୁକୁଟ ଚୋରି କରି ନେଇଥିଲା। ପରେ ମୁକଟ ନଥିବା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ପୂଜକ ଖୋଜାଖୋଜି କରିଥିଲେ। ପରେ ଚୋରକୁ ଧରିବା ସହ ମୁକୁଟକୁ ଉଦ୍ଧାର କରାଯାଇଥିଲା।

ଏହାପରେ ସ୍ଥାନୀୟ ଲୋକେ ଚୋରକୁ ଧରି ପୁଲିସ୍‌କୁ ହସ୍ତାନ୍ତର କରିଛନ୍ତି। ଗତକାଲି ଥେରୁବାଲି ନିକଟସ୍ଥ ଖେଦାପଡ଼ାର ମାଣିକେଶ୍ୱରୀ ମନ୍ଦିରରୁ ମା’ଙ୍କ ଅଢ଼େଇ ଫୁଟ୍‌ ଉଚ୍ଚର ଅଷ୍ଟଧାତୁ ବିଗ୍ରହ ଚୋରି ହୋଇଥିଲା।

You might also like