ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ

ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

କଟକ : ସହିଦ୍‌ଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟ ଯେତେ ସଫେଇ ଦେଉଛନ୍ତି, ସେତେ ଅଡୁଆରେ ପଡୁଛନ୍ତି। ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଦେବାଶିଷ ସ୍ପଷ୍ଟୀକରଣ ଦେଇଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଠେଲି ସହିଦ୍‌ଙ୍କ ସଂପର୍କୀୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ସେ ସହିଦ୍‌ଙ୍କ ସଂପର୍କୀୟଙ୍କ ହାତ ଧରି ବସାଇ ଦେଇଥିଲେ।

ହେଲେ ଆଜି ଏ କଥାକୁ ଖଣ୍ଡନ କରିଛନ୍ତି ଜୁଏଲ୍। କହିଛନ୍ତି ,ଦେବାଶିଷ ଯାହା କହିଛନ୍ତି ତାହା ଭୁଲ୍। ସେପଟେ କଂଗ୍ରେସର ଏତଲା ପରେ ଦେବାଶିଷ ସାମନ୍ତରାୟଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି।

ଅଧିକ ତଦନ୍ତ ପାଇଁ ବାଦାମବାଡ଼ି ଥାନା ମାମଲାକୁ ନିଆଳି ଥାନାକୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି। ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ କଟକ ନଗର କଂଗ୍ରେସ ଓ ସେନା କର୍ମଚାରୀ ବିକ୍ଷୋଭ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like