ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍ !

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି) : ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍। ଏହି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ପ୍ରଭାବତି ପବ୍ଲିକ୍ ସ୍କୁଲରୁ। ଏହାର ଏକ  ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ଏହାର  ଭିଡିଓ ଭାଇରାଲ ହେବାପରେ ଟିଟିଲାଗଡ଼ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲକୁ ଜାତୀୟପତାକାରେ ସଜାଯାଇଥିଲା। ତେବେ ଜାତୀୟ ପତାକାଟି ସ୍କୁଲର ଥିବା ଷ୍ଟେଜ୍‌କୁ ଲାଗି ପୋତାଯାଇଥିଲା। ଉକ୍ତ ଷ୍ଟେଜ୍‌କୁ ମଧ୍ୟ  ଛୋଟ ଛୋଟ ଜାତୀୟ ପତାକାରେ ସଜା ଯାଇଥିଲା। ତେବେ ପ୍ରିନ୍ସପାଲ ଷ୍ଟେଜ୍ ତଳେ ଛିଡ଼ା ହୋଇ ପତାକା ଉତ୍ତୋଳନ କରିବା ବଦଳରେ ଷ୍ଟେଜ୍‌ ଉପରେ ଛିଡ଼ା ହୋଇ ପତାକା ଉତ୍ତୋଳନ କରିଥିଲେ।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ସୁଧାକର ନାୟକ କହିଛନ୍ତି,“ ଏହା ଏକ ବିରାଟ ଅପରାଧ। ଏହି ଘଟଣାର ତଦନ୍ତ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଏହି ଘଟଣା ସମ୍ପର୍କରେ ସ୍କୁଲର ପିଆରଓ ପ୍ରମୋଦ କୁମାର ପାଲ କହିଛନ୍ତି,“ଏହି ଘଟଣା ସମ୍ପର୍କରେ ଆମେ ନିଃସର୍ତ୍ତ କ୍ଷମା ମାଗି ସାରିଛୁ।”

ଆହୁରି ପଢ଼ନ୍ତୁ

ବାଲିମେଳାରେ ଡଙ୍ଗା ଓଲଟିବା ଘଟଣାରେ ୩ ମୃତଦେହ ଉଦ୍ଧାର

୬ ବର୍ଷର ବିସ୍ମୟ ବାଳକ ; ପଢୁଛନ୍ତି ଭାଗବତ

ଭଦ୍ରକ ପୁରୁଣା ବଜାର ଉତ୍ତେଜନା ହ୍ରାସ : IICଙ୍କୁ ବଦଳି

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା; ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ପୂଜାମଣ୍ଡପ

ଓକାକ୍ ଟାୱାରରେ ହେବ ‘ମୋ ସରକାର’ ଅଫିସ୍

ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

You might also like