ପୁଣି ଜଣେ ନିଖୋଜ ନାବାଳିକା ମୃତ; କୂଅ ଭିତରୁ ମିଳିଲା ଶବ
ସେମିଳିଗୁଡ଼ା: ପରୀ, ବିଷ୍ଣୁପ୍ରିୟା, ସ୍ୱାତୀଙ୍କ ନିଖୋଜ ଏବଂ ମୃତ୍ୟୁ ଦୁଃଖ ମନରୁ ଲିଭିନି। ପୁଣି ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାରକରାଯାଇଛି। ଘଟଣା ଘଟିଛି କୋରାପୁଟ ସିମିଳିଗୁଡ଼ା ଥାନା ଚୋରିମାଳିଗଡ଼ାରେ।
ଏହି ଗାଁର ଏକ କୂଅରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରୁ ନାବାଳିକା ଜଣକ ନିଖୋଜ ଥିଲେ । ପାଖ ଗାଁର ଜଣେ ଯୁବକ ନାବାଳିକାଙ୍କୁ ଅପହରଣ କରି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ।
ସୁନାବେଡ଼ା ଓ ନନ୍ଦପୁର SDPOଙ୍କ ସହ ୪ ଥାନାର ଅଧିକାରୀ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ଲୋକେ ଅଭିଯୋଗ କରୁଥିବା ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।