ରାଜଧାନୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ପୁଣି ଲଜ୍ଜା। ରାଜଧାନୀରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ମଧ୍ୟ ଜଣେ ନାବାଳକ ବୋଲି ଅଭିଯୋଗ ହୋଇଛି।

ଘଟଣାରେ ସଂପୃକ୍ତ ନାବାଳକ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୀଡ଼ିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ଅବସ୍ଥା ଗୁରୁତର ହେବାରୁ କଟକ SCBରେ ଭର୍ତ୍ତି କରାଯାଇଛି। ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା SCB ଜରୁରିକାଳୀନ ଅଧିକାରୀଙ୍କ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ଗତକାଲି ରାତିରେ ଅସ୍ତ୍ରୋପଚାର ପରେ ପୀଡ଼ିତାଙ୍କୁ ଅାଇସିୟୁରେ ରଖାଯାଇଛି। ତେବେ ୫ଟି ବିଭାଗର ଡାକ୍ତର ଚିକିତ୍ସା ଦାୟିତ୍ୱରେ ରହି ଚିକିତ୍ସା କରୁଛନ୍ତି। ସେପଟେ ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଥିବା ଜଣାପଡ଼ିଛି।

You might also like