ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା: ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଠେଲାପେଲା ସହ ମାଡ଼ ମାରିଲେ ଲୋକେ

ବାରିପଦା: ରୋଗୀ ମୃତ୍ୟୁକୁ ନେଇ ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ବୈକୁଣ୍ଠନାଥ ମହାପାତ୍ରଙ୍କୁ ଠେଲାପେଲା ସହ ମାଡ଼ ମରାଯାଇଥିବା ସୂଚନା ମିଳିଛି।

ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ଉତ୍ତ୍ୟକ୍ତ ଲୋକେ ଠେଲାପେଲା କରିବା ସହ ମାଡ଼ ମାରିଛନ୍ତି। ଜଣେ ନାବାଳିକା ରୋଗୀଙ୍କ ମୃତ୍ୟୁରୁ ଏହି ଉତ୍ତେଜନା ସୃଷ୍ଟି ହୋଇଥିଲା।

ଗତ ୩୦ ତାରିଖରେ ଶ୍ୟାମାଖୁଣ୍ଟା ବ୍ଲକର ସମ୍ପୃକ୍ତ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଥାଲାସେମିଆରେ ପୀଡ଼ିତ ନାବାଳିକାଙ୍କ ଆଜି ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ହସ୍ପିଟାଲ ପରିସରେ ଉତ୍ତେଜନା ଦେଖିବାକୁ ମିଳିଛି। ଚିକିତ୍ସାରେ ଅବହେଳା ଯୋଗୁ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମେଡିକାଲ ଗେଟ୍ ଆଗରେ ନାବାଳିକାଙ୍କ ମୃତଦେହ ରଖି ରୋଗୀଙ୍କ ସମ୍ପର୍କୀୟ ଧାରଣାରେ ବସିଛନ୍ତି।

You might also like