ବୀଭତ୍ସ କାଣ୍ଡ : ଜଙ୍ଗଲରୁ ମିଳିଲା ନାବାଳିକାର କ୍ଷତାକ୍ତ ମୃତଦେହ

ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ

କନ୍ଧମାଳ  : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ବୀଭତ୍ସ କାଣ୍ଡ। ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅାଜି ସକାଳେ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା ନାବାଳିକା ।

ତେବେ ଦୀର୍ଘ ସମୟ ଧରି ନଫେରିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅପରାହ୍ନରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଛି। କୋଟଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।

You might also like