କେମିତି କୋଭିଡ୍‌-୧୯ ଆକ୍ରାନ୍ତ ହେଲେ ଦୁଇ ଶିଶୁ ଓ ସେମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ବିଷୟରେ ମିଳିଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ କରୋନାର ଆକ୍ରାନ୍ତ ହୋଇଛନ୍ତି ଶିଶୁ ଗତକାଲି ଚିହ୍ନଟ ହୋଇଥିବା ରାଜ୍ୟର ନୂଆ ୬ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ଶିଶୁ କନ୍ୟାଙ୍କ ସହ ଜଣେ ମହିଳା ରହିଥିବା ତଥ୍ୟ ସାମ୍ନାକୁ ଆସିଛି।

ଦୁଇ ଶିଶୁ କନ୍ୟାଙ୍କ ମଧ୍ୟରୁ ଜଣଙ୍କର ବୟସ ୫ ବର୍ଷ ଓ ଅନ୍ୟଜଣଙ୍କର ୯ ବର୍ଷ ହୋଇଥିବା ବେଳେ ଆକ୍ରାନ୍ତ ମହିଳାଙ୍କ ବୟସ ୩୭ ବର୍ଷ। ଏମାନେ ସମସ୍ତେ ଭୁବନେଶ୍ୱର ଝାରପଡ଼ା ବାସିନ୍ଦା।

କୋଭିଡ୍-୧୯ରେ ରାଜ୍ୟର ୪୨ ନମ୍ବର ଆକ୍ରାନ୍ତ ବ୍ୟକ୍ତିଙ୍କ ଏମାନେ ସଂପର୍କୀୟ। ଗତକାଲି ଚିହ୍ନଟ ଏହି ୪୬, ୪୭ ଓ ୪୮ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ୨୨ ମାର୍ଚ୍ଚରୁ ଏପ୍ରିଲ ୩ ତାରିଖ ଯାଏ ଏମାନେ ଘରେ ଥିଲେ। ଏପ୍ରିଲ ୪ ତାରିଖରେ ୪୨ ନମ୍ବର ଆକ୍ରାନ୍ତଙ୍କୁ ଦେଖା କରିବାକୁ ଏମ୍ସ ଯାଇଥିଲେ। ଏପ୍ରିଲ ୬ରୁ ୯ ତାରିଖ ଯାଏ ଏମାନେ ହୋମ୍ କ୍ୱାରେଣ୍ଟିନରେ ଥିଲେ। କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ବେଳେ ଏପ୍ରିଲ ୮ ତାରିଖରେ ଏମାନଙ୍କ ନମୁନା ସଂଗ୍ରହ କରାଯାଇଥିଲା।

୯ ତାରିଖରେ ଏମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଆଜି ୩ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

You might also like