ଟାହି ଟାପରା ସହି ନପାରି ଅାତ୍ମହତ୍ୟା କଲେ ନାବାଳିକା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ସାହି ଲୋକଙ୍କ ଟାହି ଟାପରା ସହି ନପାରି ଅାତ୍ମହତ୍ୟା କରିଛନ୍ତି ଜଣେ ନାବାଳିକା । ୨୩ ତାରିଖ ରାତିରେ ଦୋକାନରୁ ଜିନିଷ ନେଇ ଫେରିବା ବେଳେ ଜଣେ ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ନେଇ ଦୁଷ୍କର୍ମ କରିଥିଲେ।

ଏହି ଘଟଣା ପରେ ନାବାଳିକା ଜଣକ ଘରୁ ପଦାକୁ ବାହାରିପାରୁନ ଥିଲା। ରବିବାର ରାସ୍ତାରେ ଚାଲି ଯାଉଥିବା ବେଳେ କେତେକ ଯୁବକ ତାଙ୍କୁ ଟାହି ଟାପରା କରିଥିଲେ। ତେବେ ବିଳମ୍ବିତ ରାତିରେ ବେକରେ ଶାଢୀ ଲଗାଇ ନାବାଳିକା ଜଣକ ଅାତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ସିମୁଳିଅା ପୁଲିସ ପହଞ୍ଚି ତଦନ୍ତ ଅାରମ୍ଭ କରିଛି।

You might also like