ପ୍ରେମଜନିତ କାରଣରୁ ନାବାଳିକାଙ୍କ ହତ୍ୟା ସନ୍ଦେହ

ବାଲେଶ୍ୱର : ବାଲେଶ୍ୱର ଅରଡ ବଜାରରେ ଅଭାବନୀୟ ଘଟଣା। ପ୍ରେମକୁ ନେଇ ନାବାଳିକାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ। ଅଭିଯୋଗ ଅନୁସାରେ ଅରଡ ବଜାରର ସେକ୍ ସାହାବାଦ୍ ନାମକ ଜଣେ ଯୁବକ ନାବାଳିକାଙ୍କୁ ୮ଦିନ ତଳେ ଘରୁ ନେଇ ପଳାଇଯାଇଥିଲା।

ତେବେ ଗତକାଲି ରାତିରେ ନାବାଳିକାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଯୁବକ ଜଣଙ୍କ ନାବାଳିକାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ କିଏ ଏବଂ କାହିଁକି ନାବାଳିକାଙ୍କୁ ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ପୁଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ପୁଲିସ ପ୍ରେମିକ ସେକ୍ ସାହାବାଦ୍ ଓ ତାଙ୍କ ବାପାକୁ ଅଟକ ରଖି ପଚରାଉଚୁରା କରୁଛି। ଘଟଣାର ତଦନ୍ତ ଜାରି ରହିଛି।

You might also like