ବାହା ବେଦୀରୁ ୧୪ ବର୍ଷର ନାବାଳିକାକୁ ଉଦ୍ଧାର କଲା CWC ଟିମ୍

ଝାରସୁଗୁଡା: ୧୪ ବର୍ଷର ନାବାଳିକାକୁ ବିବାହ ବେଦୀରୁ ଉଦ୍ଧାର କରି ବାଲ୍ୟ ବିବାହକୁ ପଣ୍ଡ କଲା CWC । ଝାରସୁଗୁ଼ଡା ଜିଲ୍ଲ ସଦର ବ୍ଲକର କଟାପାଲିରେ ଏକ ବିବାହ ଉତ୍ସବରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛ। ଝାରସୁଗୁଡ଼ା ବେଲପାହଡା ଅଞ୍ଚଳର ପ୍ରଦୀପ ଦାସଙ୍କର ବଲାଙ୍ଗିର ଦେଓଗାଁ ଅ଼ଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ବିବାହ ସ୍ଥିର ହୋଇଥିଲା । ବାଲ୍ୟ ବିବାହ ଆଇନତଃ ଅପରାଧ ବୋଲି ଜାଣିସୁଦ୍ଧା ପ୍ରଦୀପଙ୍କ ପରିବାର ପକ୍ଷରୁ ଏହି ବିବାହକୁ ବିଧିବଦ୍ଧ ଭାବେ ଆୟୋଜନ କରାଯାଇଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ଝାରସୁଗୁଡ଼ା ଶିଶୁ ସୁରକ୍ଷା ସମିତି, ଚାଇଲ୍ଡ ଲାଇନ ଓ ପୋଲିସର ମିଳିତ ଟିମ୍ ବିବାହ ସ୍ଥଳରେ ପହଞ୍ଚି ଥିଲେ ବି ଆଗୁଆ ଖବର ପାଇ ବରପକ୍ଷ ଲୋକେ ସ୍ଥାନ ପରିବର୍ତ୍ତନ କରିଥିଲେ । ହେଲେ ପରେ ବର ଓ କନ୍ୟାଙ୍କ ପରିବାର ଲୋକଙ୍କ ମୋବାଇଲ ଫୋନ୍  ଟ୍ରାକିଂ  କରି କଟାପାଲି ଅଞ୍ଚଳରେ ଲୁଚାଛପାରେ ଚାଲିଥିବା ବିବାହ ଉତ୍ସବରୁ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଉଭୟ ବର ଓ କନ୍ୟା ପକ୍ଷ ଲୋକେ ଫେରାର ହୋଇଯାଇଥିଲେ । ଉଦ୍ଧାର ପରେ ସଂପୃକ୍ତ ନାବାଳିକାକୁ ଶିଶୁ ସୁଧା ଗୃହରେ ରଖାଯାଇଛି।

ସେହିପରି ନୟାଗଡ଼ ବାଣୀଗୋଛା ଅଞ୍ଚଳରେ ମଧ୍ୟ ନାବାଳିକାଙ୍କ ବିବାହ ପଣ୍ଡ ହୋଇଛି।  ପୋଲିସ ଓ ଚାଇଲ୍ଡ ଲାଇନ ସଦସ୍ୟ ପହଞ୍ଚିବାରୁ ଏହି ବେଆଇନ୍‌ କାର୍ଯ୍ୟରେ ରୋକ ଲାଗିଥିଲା। ଦଶପଲ୍ଲା ଥାନା ସିମିଳି ସାହି ଗାଁର ବରୁଣ ମୁଦୁଲିଙ୍କ ସହ ନାବାଳିକାଙ୍କ ବିବାହ ସ୍ଥିର ହୋଇଥିଲା । ମନ୍ଦିରରେ ବିବାହ ହେଉଥିବା ଖବର ପାଇ ଚାଇଲ୍ଡ ଲାଇନ୍ ସଦସ୍ୟ ପହଞ୍ଚି ବିବାହ ଅଟକାଇଥିଲେ।

ଆହୁରି ପଢ଼ନ୍ତୁ

‘ଚାଇନା କମ୍ପାନୀ ଦ୍ୱାରା ଭାରତକୁ ଫାଇଦା’

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ଭାରତର ଲଗାତାର ୫ମ ବିଜୟ, ୱେଷ୍ଟଇଣ୍ଡିଜ୍ ଧରାଶାୟୀ

‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୋଲାଭରମ୍‌ ପ୍ରକଳ୍ପ ଆଗେଇନେବା ପାଇଁ ଆନ୍ଧ୍ରକୁ ଅନୁମତି

ଦାୟିତ୍ୱହୀନତା: ଉଦ୍ଧାର ହେଲେ ୨ ଶିଶୁପୁତ୍ର, ଜଣେ କାର୍ ଭିତରୁ, ଜଣେ ବନ୍ଦ ଘରୁ

ତିନି ରାଜ୍ୟସଭା ପ୍ରାର୍ଥୀ କୋଟିପତି, ଅମରଙ୍କ ନାଁରେ ରହିଛି ଏମିତି ଅଭିଯୋଗ

ମୋଟ୍ ବ୍ୟୟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି  ଛୁଇଁବା ସମ୍ଭାବନା

ରାଜଧାନୀରୁ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ

୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଲା ସ୍ୱାସ୍ଥ୍ୟ ବିଭାଗ

ପାଠ୍ୟ ପୁସ୍ତକରେ ଏଣିକି ରହିବ କ୍ୟୁଆର କୋର୍ଡ

ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା, ୫ ଦୋଷୀଙ୍କୁ ଆଜୀବନ ଜେଲ୍‌

You might also like