ବୁଲେଇନେବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ ; ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରକୁ ଫେରୁଥିବବେଳେ ଏକତରଫା ପ୍ରେମ କରୁଥିବା ରମେଶ ଏକ୍କା ନାମକ ଯୁବକ ନାବାଳିକା ଜଣଙ୍କୁ ବୁଲେଇନେବା ବାହାନାରେ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ନେଇ ନାବାଳିକା ଜଣକ ଘରଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇବା ସହ କୋର୍ଟ ଚାଲାଣ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଂଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକା ଜଣକ ଘରକୁ ଫେରୁଥିବବେଳେ ଏକତରଫା ପ୍ରେମ କରୁଥିବା ରମେଶ ଏକ୍କା ନାମକ ଯୁବକ ନାବାଳିକା ଜଣଙ୍କୁ ବୁଲେଇନେବା ବାହାନାରେ ନିକଟ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଘଟଣା ନେଇ ନାବାଳିକା ଜଣକ ଘରଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଠାଇବା ସହ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୁଲିସ।