ଉଦଳା ଅଞ୍ଚଳରେ ଲଜ୍ଜା ; ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ଲଜ୍ଜା। ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମକରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୁକ୍ତକୁ ଗୁଜୁରାଟରୁ ଗିରଫ କରିଛି ପୁଲିସ୍।

ଅଭିଯୋଗ ମୁତାବକ, ଉଦଳା ଥାନା ଅଂଚଳର ଜଣେ ନାବାଳିକାକୁ ସ୍ଥାନୀୟ ରାଇଦଣ୍ଡିଆ ଅଂଚଳର ଯୁବକ ନିର୍ମଳ ମଲ୍ଲିକ୍ ଗତ ମେ’ ମାସରୁ ଅପହରଣ କରାଯାଇଥିବା ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।

ପୁଲିସ୍ ଅଭିଯୋଗ ଆଧାରରେ ନାବାଳିକା ଏବଂ ଅଭିଯୁକ୍ତ ଯୁବକକୁ ଗୁଜୁରାଟରୁ ଉଦ୍ଧାର କରିଥିବାବେଳେ ଯୁବକଙ୍କୁ କୋର୍ଟ ଚାଲାଣ କରିଛି।

You might also like