ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା : ଘଟଣାର ସିବିଆଇ ତଦନ୍ତ ଦାବିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ମା’

ନୟାଗଡ଼ : ସୁପ୍ରିମକୋର୍ଟରେ ପହଞ୍ଚିଲା ନୟାଗଡ଼ ନାବାଳିକା ହତ୍ୟା ମାମଲା । ନ୍ୟାୟ ପାଇବା ଆଶାରେ ନାବାଳିକାଙ୍କ ମାଆ ସୁୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।  ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ SIT ତଦନ୍ତ କରୁଛି । ଏସଆଇଟି ତଦନ୍ତ ଉପରୁ ଆସ୍ଥା ଉଠିବା ପରେ ଘଟଣାର ସିବିଆଇ ତଦନ୍ତ ଦାବିରେ ସବୋର୍ଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମାଆ । ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଆଇଟି । ତେବେ ଏଥିରେ ପ୍ରଥମ ଦିନରୁ ଅସନ୍ତୋଷ ପ୍ରକାଶ କରିଥିବା ପୀଡ଼ିତାଙ୍କ ପରିବାର ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।

 

ସେପଟେ ବ୍ରେନ ମ୍ୟାପିଂ ପାଇଁ ମନା କରିଛି ଏସଆଇଟି ଦ୍ୱାରା ଗିରଫ ଅଭିଯୁକ୍ତ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ ଉପରେ ଶୁଣାଣି ହୋଇଥିଲା । ଆଉ ଏଥିପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ମନା କରି ଦେଇଛି ଅଭିଯୁକ୍ତ । ପୂର୍ବରୁ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ମନା କରିଥିଲା ନାବାଳକ ଅଭିଯୁକ୍ତ । ତେବେ ଏସଆଇଟିର ଯୁକ୍ତି ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଛି। ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି ।

 

ସୂଚନାଯୋଗ୍ୟ ଗତ କିଛି ମାସ ପୂର୍ବରୁ ଦାଣ୍ଡରେ ଖେଳୁଖେଳୁ ଅଚାନକ୍ ଗାୟବ୍ ହୋଇଯାଇଥିଲା ନୟାଗଡ଼ ନାବାଳିକା । ବହୁ ଖୋଜିବା ସତ୍ତ୍ୱେ ନାବଳିକାର କୌଣସି ଖୋଜଖବର ମିଳିନଥିଲା। ଥାନାରେ ଅଭିଯୋଗ ପରେ ମଧ୍ୟ ନାବଳିକାର ଅନୁସନ୍ଧାନ ମିଳିନଥିଲା । ନିଖୋଜ ହେବାର ୧୦ ଦିନ ପରେ ନିକଟସ୍ଥ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା ।  ଝିଅକୁ ହରାଇ ଭାଙ୍ଗିପଡ଼ିଥିବା ବାପାମା’ ନ୍ୟାୟ ପାଇଁ ପୁଲିସ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ।  ତେବେ ଝିଅକୁ ନ୍ୟାୟ ନମିଳିବା ପରେ ବାପା- ମା’ ଆଜି ବିଧାନସଭାରେ ଆଗରେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ ।  ୫ ବର୍ଷୀୟା ଶିଶୁ କନ୍ୟା ହତ୍ୟା ପଛରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଲୋକଙ୍କ ହାତ ରହିଛି ବୋଲି ମା’ ଅଭିଯୋଗ କରିଥିଲେ ।

You might also like