ପିକ୍ଅପ୍ ଭ୍ୟାନ୍ ଧକ୍କାରେ ନାବାଳିକା ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ତିଲେଇମାଳରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ଜଣେ ନାବାଳିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଉର୍ମିଳା ସାହୁ।
ଆଜି ସକାଳେ ସେ ଶୌଚ ପାଇଁ ରାସ୍ତାପାର ହୋଇ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ପିକ୍ଅପ୍ ଭ୍ୟାନ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ନାବାଳିକାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଭବାନୀପାଟଣା-ନର୍ଲା ରାସ୍ତା ଅବରୋଧ କରିଛନ୍ତି।

You might also like