ଦୁର୍ଗା ପୂଜାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଆଳି(ବନମାଲି ସାହୁ): ଜଣେ ନୀରିହ ନାବାଳିକାର ହୋଇଛି ଇଜ୍ଜତ୍‌ ଲୁଟ୍‌। ଏମିତି ଏକ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରୁ ଆସିଛି।  ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି।

ଗତ ୬ତାରିଖ ଥିଲା ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା। ସବୁଠି ମା’ଙ୍କୁ ନେଇ ଆଧ୍ୟାତ୍ମିକ ପରିବେଶ। ଗୋଟିଏ ପଟେ ନାରୀଶକ୍ତିର ପୂଜା ଆରାଧନା ଚାଲୁଥିବା ବେଳେ ସେହି ରାତିରେ ସେହି ନାରୀ ଜାତିର ଜଣେ କୋମଳ ନାବାଳିକା ପ୍ରତି ହେଉଥିଲା କୁତ୍ସିତ କାରନାମା। ଉକ୍ତ ଦିନ ରାତିରେ ସମ୍ପୃକ୍ତ ଝିଅଟି ବାହାରକୁ ଉଠିଥିବା ବେଳେ ୨ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ଦୁଷ୍କର୍ମ ପରେ ୨ଜଣ ଯୁବକ ଘରପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ। ଘର ଲୋକେ ଖୋଜା ଖୋଜି କରିବା ପରେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଗାଁର କିଛି ଲୋକ ଆପୋଷ ବୁଝାମଣା ପାଇଁ ଉଦ୍ୟମ କରିଥିଲେ। ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ରାଜି ନ ହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଆଳି ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

ବିଜେଡିକୁ ଜନବିରୋଧୀର ସଂଜ୍ଞା ପଚାରିଲେ ପ୍ରଦୀପଙ୍କ ପତ୍ନୀ

ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

‘ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ’

‘ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି’

You might also like