ଗାଧୋଇବା ଘର ଟାଙ୍କିରୁ ମିଳିଲା ନାବାଳିକାଙ୍କ ମୃତଦେହ
ପାଟଣାଗଡ଼ : ବଲାଙ୍ଗିର ବେଲପାହାଡ଼ ଭରୁଆମୁଣ୍ଡା ଗାଁରେ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗାଧୋଇବା ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ମିଳିଛି।
ମାମଲାରେ ପୁଲିସ୍ ସାବତ ମାଆକୁ ଗିରଫ କରି କୋର୍ଟ ଚାଲଣା କରିଛି। ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେରଙ୍କ ସାତ ବର୍ଷର ଝିଅ ରଶ୍ମିତା ଗତକାଲି ଅପରାହ୍ନରୁ ନିଖୋଜ ଥିଲେ।
ଏହାକୁନେଇ ପରିବାରଲୋକେ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ସଂଧ୍ୟା ବେଳେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ବେଲପାହାଡ଼ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ୍ ଏହି ମାମଲାରେ ଖୋଲତାଡ଼ କରି ତଦନ୍ତ କରୁଛି।