ଝୁଲନ୍ତା ଅବସ୍ଥାରେ ନାବାଳିକାର ମୃତଦେହ; ଶରୀରରେ ଥିବା ଚିହ୍ନକୁ ନେଇ ସନ୍ଦେହ
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଗଚୁଆଁ ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି।
ଗତକାଲି ସଂଧ୍ୟାରୁ ଝିଅର ପତ୍ତା ନ ଥିଲା। ଆଜି ସକାଳୁ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଖବର ପାଇବା ପରେ ପୋଲିସ ଆସି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି।
ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ମୃତ ନାବାଳିକାର ଡ୍ରେସ୍ ଚିରି ଯାଇଛି। ଦେହରେ ନାନା ଚିହ୍ନ ମଧ୍ୟ ଅଛି। ତେଣୁ ଅନେକ ସନ୍ଦେହ ସୃଷ୍ଟି ହୋଇଛି।