ଗଛରେ ଝୁଲନ୍ତା ଅବସ୍ଥାରେ ନାବାଳିକା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ଅନର କିଲିଂକୁ ନେଇ ଚର୍ଚ୍ଚା  ହେଉଛି। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-୨ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନର କିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି।

ଅନ୍ୟପଟେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ଜବତ ପରେ ସେଠାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଜଣେ ଯୁବକଙ୍କୁ ସ୍ଥାନୀୟ କ୍ଲବ ସଦସ୍ୟ ଧରି ପୋଲିସ ଜିମା ଦେଇଛନ୍ତି।

ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ସେନେଇ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like