ଶ୍ମଶାନରୁ ନାବାଳିକାଙ୍କ ମୃତଦେହ ଜବତ
କୋରାପୁଟ : କୋରାପୁଟ ଦଶମନ୍ତପୁରରେ ଅଭାବନୀୟ ଘଟଣା। ମୃତଦେହ ପୋଡ଼ିବା ପୂର୍ବରୁ ଶ୍ମଶାନରୁ ଶବକୁ ଜବତ କରିଛି ପୁଲିସ। ଗତକାଲି ରାତିରେ ଦଶମନ୍ତପୁରରେ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତେବେ କାହାକୁ ନଜଣାଇ ମୃତଦେହକୁ ପୋଡ଼ିବାକୁ ନେଇଥିଲେ ପରିବାର ଲୋକେ।
ତେବେ ଏସମ୍ପର୍କରେ ପୁଲିସ୍ ଜାଣିବା ପରେ ଶ୍ମଶାନରେ ପହଞ୍ଚି ଶେଷକୃତ୍ୟ କାର୍ଯ୍ୟକୁ ଅଧାରୁ ଅଟକାଇଥିଲା। ଘଟଣା ସମ୍ପର୍କରେ ଛାନଭିନ୍ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦଶମନ୍ତପୁର ହସ୍ପିଟାଲକୁ ଅଣାଯାଇଛି।