ଦୁଷ୍କର୍ମ ଘଟଣା ଚପାଇ ଦେବାକୁ ଉଦ୍ୟମ: ଅଭିଯୁକ୍ତଙ୍କ ସମେତ ବନ୍ଧା ହେଲେ ୧୨

ବାଲିଗୁଡ଼ା(ଅଜିତ ନାୟକ): ଏକ ଦୁଷ୍କର୍ମ ଘଟଣାକୁ ଚପାଇବାକୁ ଗାଁର ଖାପ୍ ପଞ୍ଚାୟତରେ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାକର ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ଅଭିଯୋଗକୁ ଭିତ୍ତି କରି ରାଇକିଆ ଥାନା  ପୁଲିସ୍ ଅଭିଯୁକ୍ତଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ଶିବାନୀ ପ୍ରଧାନ।

ଗତ ୨୭ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପଡ଼ୋଶୀ ଯୁବକ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଗାଁ କମିଟି ନିକଟରେ ଅଭିଯୋଗ କରିଥିଲେ। ଗାଁ କମିଟିର ସଦସ୍ୟମାନେ ଘଟଣା ସମ୍ପର୍କରେ ପୁଲିସ୍‌କୁ ନ କହିବା ପାଇଁ ସେମାନଙ୍କୁ କହିଥିଲେ। ତା’ସହିତ ଏ ମାମଲାର ସମାଧାନ ଗାଁରେ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ  ଗାଁରେ ଖାପ୍‌ ପଞ୍ଚାୟତ ବସିଥିଲା। ଦଣ୍ଡ ବିଧାନ ସ୍ୱରୂପ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଦେବା ଲାଗି କୁହାଯାଇଥିଲା।

ହେଲେ ଅଭିଯୁକ୍ତ ଜଣକ ଟଙ୍କା ନଦେଇ ପାରିବାରୁ ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ପୂରା ଘଟଣା ସମ୍ପର୍କରେ ଜାଣିବା ପରେ ଦୁଷ୍କର୍ମ ଅଭିଯୁଙ୍କୁ ଗିରଫ କରିବା ସହିତ ଏ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ଅଭିଯୋଗରେ ଆଉ ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା’ସହିତ ଝିଅଟିର ଡାକ୍ତରୀମାଇନା କରାଯାଇଛି।

ଜଣେ ନାବାଳିକା ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ ନ କରି ଗାଁ ଲୋକେ ଯେଉଁ ଭଳି କାର୍ଯ୍ୟ କରିଛନ୍ତି, ତାହା ସବୁଠୁ ଲଜ୍ଜାକର ଘଟଣା ବୋଲି ପୁଲିସ୍‌ କହିଛି।

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like