ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ !

କଟକ: ନାବାଳିକାକୁ ୨୨ ଦିନ ଧରି ଘରେ ରଖି ଦୁଷ୍କର୍ମ। ଏଭଳି ଅଭିଯୋଗ ହୋଇଛି କଟକ ଚାଉଳିଆଗଞ୍ଜ ଥାନାରେ।

ଅଭିଯୋଗ ଅନୁସାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକା ମାସେ ତଳେ ଘରୁ ରାଗି ପଲାଇ ଆସିଥିଲେ।ପରିବାର ଲୋକେ କୌଣସି କାରଣରୁ ଗଣ୍ଡଗୋଳ ଏବଂ ମାରପିଟ୍ କରିବା ପରେ ସେ କଟକ ସ୍ଥିତ ପ୍ରଫେସରପଡ଼ାରେ ରହୁଥିବା ବଡ଼ଭଉଣୀ ଭିଣୋଇଙ୍କ ଘରେ ରହୁଥିଲା। ସେମାନେ ମଧ୍ୟ ଗାଳିଗୁଳଜ କରି ଘରଛାଡ଼ି ଚାଲିଯିବାକୁ ଧମକ ଦେବାରୁ ସେ ଘରଛାଡ଼ି ଓଏମ୍‌ପି ଛକରେ ବସ୍‌କୁ ଅପେକ୍ଷା କରିଥିଲା।

ଏହି ସମୟରେ ସନ୍ତୋଷ ବେହେରା ନାମକ ଜଣେ ଯୁବକ ଏହି ନାବାଳିକାଙ୍କୁ ଆଶ୍ରୟ ଦେବାର ବାହାନା କରି ରାକା ନାମକ ଆଉ ଜଣେ ଯୁବକଙ୍କ ଚିକେନ୍ ଫାର୍ମକୁ ନେଇଥିଲା। ସେଠାରେ ଉଭୟେ ମିଶି ୨୨ ଦିନ ଧରି ଧମକ ଚମକ ଦେବା ସହ ଦୁଷ୍କର୍ମ କରିଥିଲେ।

ଆହୁରି ପଢ଼ନ୍ତୁ: ୫ କୋଟି ଟଙ୍କା ସଂପତ୍ତିର ମାଲିକ ହିନ୍ଦୀ ଶିକ୍ଷକ

କୌଣସି ସୂତ୍ରରୁ ଖବର ପାଇ ଗତ ରାତିରେ ପୋଲିସ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଚାଇଲ୍ଡ଼ ଲାଇନ୍‌କୁ ହସ୍ତାନ୍ତର କରିଛି। ଏହାପରେ ଚାଇଲ୍ଡ ଲାଇନ୍ ପକ୍ଷରୁ କଟକ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯିବା ସହ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

You might also like