ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ଥମିବାର ନାଁ ନେଉନି ଲଜ୍ଜା। ପୁଣି ଜଣେ ନାବଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ରତାଖଣ୍ଡି ଗାଁରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରୁ ନିଜ ଘରକୁ ଫେରୁଥିଲେ। ହେଲେ ସେହି ସମୟରେ ତାଙ୍କୁ ଟେକି ନେଇ ପାଖ ଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣକୁ ଗିରଫ କରିଛି। ପୋକ୍ସୋ ଆକ୍ଟରେ ବିଶ୍ରା ଥାନାରେ ମାମଲା ରୁଜ୍ଜୁ କରାଯିବା ସହ ନାବାଳିକାର ଡାକ୍ତରୀ ମାଇନା ଲାଗି ଡାକ୍ତରଖାନାକୁ ପଠାଯାଇଛି।

You might also like