ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ କଲେ ପରିବାର ଲୋକେ

କଟକ : ରେଳ ଲାଇନ କଡ଼ରୁ ଗୁରୁତର ନାବାଳିକା ଉଦ୍ଧାର ଘଟଣାରେ ମୋଡ଼ ବଦଳିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଆଜି ଅଭିଯୋଗ ହୋଇଛି। ଗଣଦୁଷ୍କର୍ମ ନେଇ କଟକ ସଦର ଥାନାରେ ଅଭିଯୋଗ କଲେ ପରିବାର ଲୋକେ। ଘଟଣା ଦିନ ରାତିରେ ବାହାରକୁ ଶୌଚ ପାଇଁ ଯାଇଥିଲେ ନାବାଳିକା।

ସ୍ଥାନୀୟ ଅଞ୍ଚଳର ୨ ଜଣ ଯୁବକ ନାବାଳିକାକୁ ବଳପୂର୍ବକ ଉଠାଇ ଗଣବଳାତ୍କାର ପରେ ରେଳ ଲାଇନ କଡ଼ରେ ପକାଇ ପଳାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ନାବାଳିକା ଏବେ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି। ପୁଲିସ ଜଣକୁ ଅଟକ ରଖି ପଚରାଉଚୁରା କରୁଛି। ସୂଚନା ଅନୁଯାୟୀ,ଗତକାଲି ନାବାଳିକା ଜଣକ ବାଲିକୁଦା ରେଳ ଷ୍ଟେସନ ନିକଟରେ ପଡ଼ିଥିଲେ। ରେଳ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ

ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ୫ ଗିରଫ

ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଚାଲିଛି ଉଚ୍ଛେଦ

ଘାଟିରେ ପୋଲରୁ ଖସିଲା ବସ୍ , ୩୦ ଯାତ୍ରୀ ଗୁରୁତର

ଏସ୍‌ସିବିରେ ଜଗା କାଳିଆଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଗଠିତ

ରାସ୍ତାରେ ପଢ଼ିଲେ ଛାତ୍ରଛାତ୍ରୀ

୪ବର୍ଷର ଶିଶୁକନ୍ୟାକୁ ସଂପର୍କୀୟ ଭାଇର ଦୁଷ୍କର୍ମ ଅଭିଯୋଗ

ବିଦ୍ୟୁତ୍‌ ଚୋରି ରୋକିବାକୁ ଲାଗିବ ସ୍ମାର୍ଟ ମିଟର

ଜାତୀୟ ପତାକାକୁ ଅସମ୍ମାନ କଲେ ପ୍ରିନ୍ସପାଲ୍ !

ମହଙ୍ଗା ପଡିଲା ମାଟ୍ରିମନୀରେ ମିଛ ପ୍ରୋଫାଇଲ୍ ଦେଇ ବିବାହ ଉଦ୍ୟମ

ମନ୍ଦିରା ଡ୍ୟାମ୍‌ର ୧୧ଟି ଗେଟ୍ ଖୋଲାଯିବା ପରେ ଶତାଧିକ ଲୋକ ଜଳବନ୍ଦୀ

ଛାତ୍ରଙ୍କୁ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କ ନିସ୍ତୁକ ମାଡ଼;  ଭିଡିଓ ଭାଇରାଲ୍

ଯୁବକଙ୍କୁ ଛାତ ଉପରୁ ଠେଲି ମାରିଦେଲେ ଦୁଇ ସାଙ୍ଗ

You might also like