ବାରିପଦା: ୫ ଶହ ଟଙ୍କା ପାଇଁ ଜଣେ ନାବାଳକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗାଁରୁ ଏଭଳି ଅଭିଯୋଗ ଆସିଛି।
ସୂଚନା ଅନୁସାରେ, ପଡ଼ୋଶୀଙ୍କ ଘରୁ ୫ଶହ ଟଙ୍କା ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ନାବାଳକଙ୍କୁ ପଡ଼ୋଶୀ ମହିଳା, ଅନ୍ୟମାନେ ପିଟିଥିବା ଅଭିଯୋଗ ହୋଇଛି। ଫଳରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଉକ୍ତ ମହିଳା ଜଣକ ନାବାଳକଙ୍କୁ ପିଟିଥିବା ସ୍ୱୀକାର କରିଥିଲେ ମଧ୍ୟ କେମିତି ନାବାଳକଙ୍କ ମୃତ୍ୟୁ ହେଲା ସେ ଜାଣି ନ ଥିବା କହିଛନ୍ତି।
ପାରିପାର୍ଶ୍ୱିକ ସ୍ଥିତିରୁ ନାବାଳକଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଧିକ ଛାନ୍ଭିନ୍ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛି।